ବାଲେଶ୍ଵର ହେଉଛି ନଦୀ, ଉପନଦୀ ,ଶାଖାନଦୀ,ନୟନଯୋରୀ ପ୍ରଭୃତିରେ ପରିପୂର୍ଣ ଏକ ଜିଲ୍ଲା ଯେଉଁଠି।ରେ ଜନସାଧାରଣଙ୍କର ମୁଖ୍ୟ ଜୀବିକା ହେଉଛି କୃଷି । ଆବହମାନ କାଳରୁ ଏହି ଜିଲ୍ଲା ବିଭିନ୍ନ ସମୟରେ ପ୍ରକୃତିକ ବିପର୍ଯ୍ୟୟର ସ।ମ୍ନ। କରିଆସୁଛି । ବାତ୍ୟା,ବନ୍ୟା ,ବଙ୍ଗୋସାଗରରେ ଆସୁଥିବା ବିପଦପୂର୍ଣ ତୀବ୍ର ଜୁଆର ପ୍ରଭୃତିରେ ଜିଲ୍ଲ।ର ବହୁ ଆଞ୍ଚଳ/ଜମି ସମ୍ପୂର୍ଣ୍ଣ ବାଭେ ଜଳମଗନ୍ନ ହେବ ଏକ ସାଧାରଣ ଘାଟଣ। । ଏତଦବ୍ୟତୀତ ଲଗାତାର ବର୍ଷା ଏବଂ ତ ସାଙ୍ଗକୁ ବ୍ରଜପାତ ଲୋକଙ୍କ ଦୁର୍ଦ୍ଦଶା ଏବଂ ସମସ୍ୟାକୁ ବହୁଗୁଣିତ କରିଥାଏ । ଏହିସବୁ ପ୍ରତିକୁଳ ପରିସ୍ଥିତିର ମୁକାବିଲା କରିବା ସବୁ ସମୟରେ ଓ ସବୁସ୍ତରରେ ଚିନ୍ତାର ବିଷୟ ପାଲଟିଥାଏ । ଏଣୁ ଲୋକମାନଙ୍କର କଷ୍ଟ ଲାଘବ କରିବା ଏବଂ କ୍ଷତିଗ୍ରସ୍ତ ହେଉଥିବା ଧନଜୀବନ ,ଗୃହପାଳିତ ପଶୁମାନଙ୍କର ଜୀବନରକ୍ଷା କରିବା ଲାଗି ଆଗୁଆଭାବେ ଯୋଜନା ପ୍ରସ୍ତୁତ କରାଯାଇଥାଏ ।

ଯାହା କୁହାଯାଇଥାଏ ପ୍ରୀତିଷେଧକ ଚିକିତ୍ସାଠାରୁ ସବୁବେଳ ଉତ୍ତମ ,ତେଣୁ କେତେକ ପ୍ରୀତିକାର ବ୍ୟବସ୍ତା ଏହି ଯୋଜନା ପୁସ୍ତକରେ ସମସ୍ତଙ୍କ ମାର୍ଗଦର୍ଶନ ପାଇଁ ଉଲେଖ ରହିଛି । ସମସ୍ୟାଗୁଡ଼ିକର ଅତି ଗଭୀର ଭାବେ ଆଲୋଚନା କରାଯାଇ ବିଭିନ୍ନ ସମୟରେ ଦେଖାଦେଉଥିବା ବନ୍ୟା ,ବାତ୍ୟାଜନିତ ସମ୍ଭାବ୍ୟ ଅଘଟଣର ମୁକାବିଲା କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଆକ୍ସନ ପ୍ଲାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟ।,ବାତ୍ୟା ସମେତ ସମସ୍ତ ପ୍ରକୃତିକ ଏବଂ ମନୁଷ୍ୟକୃତ ବିପର୍ଯୟର ସମୟରେ ଲୋକମାନଙ୍କର ଧନଜୀବନ ଏବଂ ଗୃହପାଳିତ ପଶୁଙ୍କର ସୁରକ୍ଷାକୁ ନିଶ୍ଚିତ କରିବା । ପୂର୍ବ ଅଭିଜ୍ଞତ।କୁ ଭିତ୍ତି କରି ଯେକୌଣସି ପ୍ରକୃତିକ ଏବନ ମନୁଷ୍ୟକୃତ ବିପରଜୟର ମୁକାବିଲା ଲାଗି ୨୦୧୬-୧୭ ମସିହାରେ ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ବିପର୍ଯୟ ପରିଚାଳନା ଯୋଜନା (ଡି॰ଡି॰ଏମ॰ପି ॰)ରେ ବିଭିନ୍ନ ପଦକ୍ଷେପ ସମ୍ପର୍କିତ ଚିଠା ପ୍ରସ୍ତୁତ କରାଯାଛି । ଜିଲ୍ଲା ବିପର୍ଯୟ ପରିଚାଳନା ଯୋଜନା ପ୍ରସ୍ତୁତ ସମୟରେ ସ୍ଵତନ୍ତ୍ର ରିଲିଫ କମିଶନର ଓସଡାମ।ର ପରିଚାଳନା ନିର୍ଦେଶକ,ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁ॰ଏନ॰ଡି॰ପି॰)ର ନିର୍ଦେଶ ତଥା ଜିଲ୍ଲା ପ୍ରକୃତିକ ବିପର୍ଯୟ କମିଟିର ପ୍ରବୀଣ ଅନୁଭୂତିସମ୍ପନ୍ନ ବିଶେଷ୍ଜ୍ଞ ଫେବୃୟାରୀ ୧୫-୧୭,୨୦୧୬ ରେ ରଜସ୍ଵ ଅଧିକାରୀଙ୍କ ତାଲିମ କେନ୍ଦ୍ର, ଗୋଠପାଟଣା ଭୁବନେଶ୍ଵରଠାରେ ଅନୁଷ୍ଠିତ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଜରୁରୀକାଳିନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ତାଲିମ କର୍ମଶାଳାର ସଦ୍ୟସ ଏବଂ ୧୬.୦୨.୨୦୧୬ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା ବୈଠକରେ ପଞ୍ଚ।ୟତସ୍ତରୀୟ ଜନପ୍ରତିନିଧିମାନଙ୍କ ସୁପାରିଶ ଓ ପ୍ରସ୍ତାବସବୁକୁ ବିଚରକୁ ନିଆଯ।ଇଛି । ଦୁଃଖମାନଙ୍କ ପାଇଁ ଯଥେଷ୍ଟ ସହାୟତ। ପ୍ରଦ।ନ କରି ଜୀବନ ଜୀବଙ୍କର ସୁରକ୍ଷା କରିବା ଏବଂ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଯଦ୍ଵାର। ଲୋକମାନେ ନିଜକୁ ସୁରକ୍ଷିତ ମନେ କରିବେ ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:-