ବର୍ଗ : ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ
ତାଳସାରୀ ଓ ଉଦୟପୁର ବେଳାଭୂମି ର ବିସ୍ତୀର୍ଣ୍ଣ ବାଲୁକାରାଶି, ଝାଉଁବଣ ର ମନଲୋଭା ପବନ ,ନାଲି କଙ୍କଡା ଙ୍କ ବିଚରଣ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକମାନେ ତାଳସାରୀ ଠାରୁ ଉଦୟପୁର ଦୀର୍ଘ ୩ କି.ମି. ବ୍ୟାପି ଥିବା ପ୍ରଶସ୍ତ ବେଳାଭୂମି ରେ ଏକ ଶାନ୍ତ ଓ ଶୀତଳ ପରିବେଶ ମଧ୍ୟରେ ଯାତ୍ରା କରିପାରିବେ । ତାଳସାରୀ ଓ ଉଦୟପୁର ବେଳାଭୂମି ରେ ସୁର୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ଅତୀବ ମନୋରମ ।
ବିମାନ ମାର୍ଗରେ
ନିକତମ ବିମାନ ବନ୍ଦର ଭୁବନେଶ୍ୱର ଅଟେ । ଏହା ତାଳସାରୀ -ଉଦୟପୁର ଠାରୁ ପ୍ରାୟ ୩୦୦ କି.ମି ଦୂରତା ରେ ଅବସ୍ଥିତ ।
ସଡ଼କ ପଥରେ
ବାଲେଶ୍ୱରରୁ ୯୩ କି.ମି ଓ ଜଳେଶ୍ଵର ଠାରୁ ୪୦ କି.ମି ସଡ଼କପଥ ରେ ବସ କିମ୍ବା ଗାଡି ଭଡା କରି ତାଳସାରୀ-ଉଦୟପୁର ରେ ପହଂଚି ହେବ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ ଜଳେଶ୍ୱର (୪୩ କି.ମି ) ଓ ଦିଘା(୬କି.ମି.) ।