• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ବାଲେଶ୍ଵର ଠାରୁ ମାତ୍ର ୭ କିମି ଦୂର ଇମାମୀ ନଗର ଠାରେ ନୂତନଭାବେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ ମନ୍ଦିର ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି । ୨୦୧୫ ମସିହାରେ ଇମାମୀ କାଗଜକଳ ପକ୍ଷରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଢାଞ୍ଚାରେ ନାଲି ପଥରରେ ନିର୍ମାଣ କରାଯାଇଛି । ମନ୍ଦିର ପାର୍ଶ୍ଵରେ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ରହିଛି । ପୁରୀ ଶ୍ରୀମନ୍ଦିର ଅନୁସାରେ ସମସ୍ତ ରୀତି ନୀତି ପାଳନ କରାଯାଏ । ଆଧୁନିକ ମନ୍ଦିର ହେଲେ ହେଁ ପଥର ଦେହରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଅତି ଆକର୍ଷଣୀୟ ଯାହା ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ଅଟେ । ଏହା ରେମୁଣା ଠାରୁ ୨୨୦ କି.ମି ଦୂରତା ରେ ଅବସ୍ଥି

ସଡ଼କ ପଥରେ
ବାଲେଶ୍ୱରରୁ ୧୦ କି.ମି ସଡ଼କପଥ ରେ ବସ କିମ୍ବା ଗାଡି ଭଡା କରି ରେମୁଣା ରେ ପହଂଚି ହେବ ।

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ ବାଲେଶ୍ୱର (୧୦ କି.ମି ) ।